ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୧, ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଟିକା। ସେରମ୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍‌ଡ’ ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ।

ସେ କହିଛନ୍ତି ଯେ ଭାରତ ପାଖରେ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍‌ଡ ଟିକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ) ଅନୁମତି ପରେ ଏହାକୁ ମାର୍ଚ୍ଚରେ ବଜାରକୁ ଛଡ଼ାଯିବ। ଏଥିପାଇଁ ଏକାଧିକ ସଂସ୍ଥା ଏବେ କାମ କରୁଛନ୍ତି।

ଅନ୍ୟପଟେ ଟିକା ଅନୁମତି ମିଳିବା ପରେ ସେରମ୍‌ ପ୍ରତିବର୍ଷ ୭୦ରୁ ୮୦ କୋଟି ଡୋଜ୍‌ ପ୍ରସ୍ତୁତ କରିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment