ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୫୫, ୭୨୨ ଆକ୍ରାନ୍ତ, ୫୭୯ ମୃତ
  • ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୫,୫୦,୨୭୩କୁ ବୃଦ୍ଧି
  • ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୪,୬୧୦କୁ ବୃଦ୍ଧି

ଦେଶରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୫, ୭୨୨ ଜଣ ନୂଆ ପଜିଟିଭ୍। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୫,୫୦,୨୭୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୬,୬୩,୬୦୮ ଜଣ ସୁସ୍ଥ ହୋଇଥିବା ବେଳେ ୭,୭୨,୦୫୫ ଜଣ ସକ୍ରିୟ ରୋଗୀ ଅଛନ୍ତି।ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୭୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୪,୬୧୦କୁ ବୃଦ୍ଧି ପାଇଛି।

Comment