ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ ହୋଇଛି। ଏହି ଘଟଣାରେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି। ନକଲି ଟଙ୍କା ଦେଇ ଗାଡ଼ି କିଣୁଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି।

ସୂଚନା ଅନୁସାରେ ଗାଡ଼ି କିଣିବା ପାଇଁ ୨ଜଣ ଯୁବକ ଏକ ଶୋ ରୁମ୍‌ରେ ୧ ଲକ୍ଷ ୨୫ ହଜାର ଟଙ୍କାର ନକଲି ନୋଟ୍ ଦେଇଥିଲେ। ନୋଟ୍‌କୁ ଦେଖି ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ଶୋ ରୁମ୍ ମାଲିକ।

ଏହାପରେ ଟଙ୍କା ନକଲି ଜଣାପଡ଼ିବାରୁ ପୋଲିସ ୨ ଜଣଙ୍କୁ ଥାନାକୁ ନେଇଥିଲା। ପଚରାଉଚୁରା ପରେ ସେମାନଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଲା। ନକଲି ଟଙ୍କା ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ଘର ଖଣ୍ଡପଡ଼ା ଥାନା କୋସ୍କାରେ।

ସେମାନେ ନୟାଗଡ଼ରେ ଘରଭଡ଼ା ନେଇ ନକଲି ଟଙ୍କା ତିଆରି କରୁଥିଲେ। ତାଙ୍କ ଭଡ଼ା ଘରୁ ପୋଲିସ ଲାପ୍‌ଟପ୍, କମ୍ପ୍ୟୁଟର, ପ୍ରିଣ୍ଟର ସହିତ ନୋଟ୍ ତିଆରି କାଗଜ ଜବତ କରିଛି।

Comment