ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଉଳ ଦାନା ଉପରେ ଲେଖାହେଲା ସମ୍ପୂର୍ଣ୍ଣ ଭଗବତ୍ ଗୀତା। ଆପଣଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ହାଇଦ୍ରାବାଦର ଜଣେ ଆଇନ୍ ଛାତ୍ରୀଙ୍କ ଏଭଳି କାରନାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ହାଇଦ୍ରାବାଦରେ ରହୁଥିବା ଆଇନ୍ ଛାତ୍ରୀ ରାମାଗିରି ସ୍ୱାରିକା ୪ ହଜାର ୪୨ଟି ଚାଉଳ ଦାନା ଉପରେ ସମ୍ପୂର୍ଣ୍ଣ ଭଗବତ୍ ଗୀତା ରଚନା କରିଛନ୍ତି। ଛୋଟ ଛୋଟ ଅକ୍ଷରରେ ଲେଖାହୋଇଥିବା ଏହି କଳାକୃତିକୁ କରିବାକୁ ତାଙ୍କୁ ୧୫୦ ଘଣ୍ଟା ଲାଗିଥିବା ସେ ସୂଚନା ଦେଇଛନ୍ତି।ରାମାଗିରି ଏହାପୂର୍ବରୁ ମଧ୍ୟ ନିଜର ବିଭିନ୍ନ କଳାକୃତି ପାଇଁ ଅନେକ ପ୍ରଂଶସା ସାଉଁଟିଛନ୍ତି। ନିକଟରେ ସେ କେଶ ଉପରେ ଭାରତର ସମ୍ବିଧାନର ମୁଖବନ୍ଧ ଲେଖି ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କୁ ତେଲଙ୍ଗାନାର ରାଜ୍ୟପାଳ ସମ୍ମାନିତ ମଧ୍ୟ କରିଥିଲେ।

ଏହାକୁ ନେଇ ରାମାଗିରି କୁହନ୍ତି ଯେ, ସେ ସବୁବେଳେ ନୂଆ କିଛି କରିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି। ଏହାପୂର୍ବରୁ ସେ ଚାଉଳ ଦାନା ଉପରେ ଗଣେଶଙ୍କ ଚିତ୍ର କରିଥିଲେ। ଯାହାକୁ ଅନେକ ଲୋକ ପ୍ରଂଶସା କରିବା ସହିତ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା।

Comment