ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଇଣ୍ଟରନେଟ୍ ଯୁଗରେ ଅଧିକାଂଶ ଯୁବପିଢ଼ି ନିଜକୁ ଫେସବୁକ୍ ଓ ସୋସିଆଲ୍ ମିଡିଆ ସହ ଯୋଡ଼ି ରଖିଛନ୍ତି। ପ୍ରତିଦିନ ସେମାନେ କିଛି ନା କିଛି ପୋଷ୍ଟକୁ ଲାଇକ୍ କରିବା ସହିତ କିଛି ପୋଷ୍ଟକୁ ସେଆର୍ ମଧ୍ୟ କରିଥାନ୍ତି। ହେଲେ ସାବଧାନ୍, ଆପଣ ଯଦି ଫେସବୁକରେ ଏଣୁତେଣୁ ପୋଷ୍ଟ ସେଆର୍ କରୁଥାନ୍ତି ତେବେ ବିନା କାରଣରେ ଆପଣଙ୍କ ଆକାଉଣ୍ଟ ବ୍ଲକ୍ ହୋଇପାରେ।

ଫେସବୁକ୍ କମ୍ପାନି ଆପଣଙ୍କ ଆକାଉଣ୍ଟକୁ ବ୍ଲକ୍ କରିବା ଦ୍ୱାରା ଆପଣ ନିଜର ଆକାଉଣ୍ଟକୁ ଖୋଲି ପାରିବେ ନାହିଁ। ଏପରିସ୍ଥଳେ ଫେସବୁକ ଜରିଆରେ ଗଢ଼ିଉଠିଥିବା ଆପଣଙ୍କ କିଛି ବନ୍ଧୁତା ଶେଷ ହେବାର ଆଶଙ୍କା ରହିଛି। ତେଣୁ ଫେସବୁକରେ କିଛି ପୋଷ୍ଟକୁ ସେଆର୍ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ହିଂସା ସହ ଜଡ଼ିତ ପୋଷ୍ଟକୁ ସେଆର୍ କରନ୍ତୁ ନାହିଁ

ଯଦି ଆପଣ ଫେସବୁକରେ କୌଣସି ପ୍ରକାର ହିଂସାଜନିତ ପୋଷ୍ଟ, ସ୍ପିଚ୍ ଆଦି ସେଆର୍ କରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବ୍ଲକ୍ ହୋଇଯାଇପାରେ। ଆପଣ ନିଜ ଆକାଉଣ୍ଟରେ ହିଂସାକୁ ପ୍ରୋତ୍ସାହିତ କରି କିଛି ବି ପୋଷ୍ଟ କରିବା ଅନୁଚିତ୍। ଏପରି ହେଲେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ।

ଆତଙ୍କବାଦୀ କାର୍ଯ୍ୟକଳାପ

ଯଦି ଆପଣ ନିଜ ଫେସବୁକରେ ଆତଙ୍କବାଦୀ କାର୍ଯ୍ୟକଳାପ ଯେପରିକି ହିଂସା ଖେଳାଇବା, କାହାକୁ ହତ୍ୟା କରିବା ନେଇ ଯୋଜନା କରିବା, ମାନବ ଚାଲାଣ ଆଦି କାମ କଲେ ଆପଣଙ୍କ ଆକାଉଣ୍ଟ ତୁରନ୍ତ ବ୍ଲକ୍ ହୋଇଯିବ। ଫେସବୁକ କମ୍ପାନି ଏନେଇ ତୀକ୍ଷଣ ନଜର ରଖିଛି। ତେଣୁ ଯଥା ସମ୍ଭବ ଫେସବୁକରେ ହିଂସାଜନିତ ପୋଷ୍ଟ କରନ୍ତୁ ନାହିଁ।

ଏଥିସହିତ ଡ୍ରଗ୍ସ, ଗୋଳାବାରୁଦ ସହ ଜଡ଼ିତ କିଛି ବି ପୋଷ୍ଟକୁ ଆପଣ ସେଆର୍ କିମ୍ବା ପୋଷ୍ଟ କରନ୍ତୁ ନାହିଁ। ଏହାସହ ଯଦି ଆପଣ ବିନା କାରଣରେ କାହାକୁ ପୋକ୍ କରୁଛନ୍ତି ତେବେ ଆପଣଙ୍କ ଟ୍ରାକ୍ ରେକର୍ଡ ଖରାପ ହେବ। ଏପରିସ୍ଥିତିରେ ଆପଣଙ୍କ ଆକାଉଣ୍ଟ କୌଣସି ମୂହୁର୍ତ୍ତରେ ବନ୍ଦ ହୋଇଯାଇପାରେ। ତେଣୁ ଯଥାସମ୍ଭବ ଆପଣ ଏହି ସବୁ କାର୍ଯ୍ୟକଳାପ ଫେସବୁକରେ ନକରିବା ସହିତ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ।

Comment