ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’ ଦୁର୍ଗାଙ୍କୁ ନେଇ ଫେସବୁକରେ ହୋଇଥିଲା ଏକ ଆପତ୍ତିଜନକ ପୋଷ୍ଟ। ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକରେ ହୋଇଥିବା ଏହି ପୋଷ୍ଟକୁ ନେଇ ବିଜେପି ପକ୍ଷରୁ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ପରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାକୁ ଗୁରୁତର ସହ ନେଇଛି କଟକ ପୋଲିସ।

କଟକ ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହିତ ଏହି ପୋଷ୍ଟକୁ ଲାଇକ ଓ ସେୟାର କରିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଟୁଇଟ କରି କହିଛନ୍ତି।

ଏଥିସହିତ ସମାଜରେ  ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ କଟକ ଡିସିପି ଲୋକଙ୍କୁ ଅନୁରୋଧ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here