ଓଡ଼ିଶାଲାଇଭ୍‌ ବ୍ୟୁରୋcorona test

ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘଣ୍ଟାରେ ୪୬ ହଜାର ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫୮୭ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୩କୁ ବୃଦ୍ଧି ଘଟିଛି। ସେମାନଙ୍କ ମଧ୍ୟରୁ ୬୭ ଲକ୍ଷ ୩୩ ହଜାର ୩୨୮ ଜଣ ସୁସ୍ଥ ହୋଇଥିଲା ବେଳେ ୧ ଲକ୍ଷ ୧୫ ହଜାର ୧୯୭ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୪୮ ହଜାର ରହିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ୬ ସପ୍ତାହ ପରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ତଳକୁ ଖସିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ମଧ୍ୟ ଲଗାତର ହ୍ରାସ ପାଇଛି।

Comment