ଓଡ଼ିଶାଲାଇଭ୍‌ ବ୍ୟୁରୋcorona test

ପୂର୍ବ ଅପେକ୍ଷା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଦେଶରେ ସର୍ବାଧିକ ପ୍ରଭାବିତ ୫ଟି ରାଜ୍ୟରେ ମଧ୍ୟ ସକ୍ରିୟ ମାମଲା ତଳକୁ ଖସିଛି।

ଗତ କିଛି ଦିନ ଧରି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାମଲା କମ୍‌ ରହିଛି। ଫଳରେ ଦେଶରେ ଗତ ୩ ଦିନ ହେଲା ମୋଟ ସକ୍ରିୟ ମାମଲା ୮ ଲକ୍ଷରୁ କମ୍‌ ରହିଛି।

ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କରେ ଦୈନିକ ୮ରୁ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲା ଏବେ ସେହି ରାଜ୍ୟରେ କମ୍‌ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ ମଙ୍ଗଳବାର ୫, ୯୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ସେହିପରି କେରଳ, କର୍ଣ୍ଣାଟକରୁ ୫ ହଜାରରୁ ଅଧିକ, ତାମିଲନାଡୁରୁ ୩, ୫୩୬,  ଆନ୍ଧ୍ରପ୍ରଦେଶରୁ ୨ ହଜାର ୯୧୮ ନୂଆ ମାମଲା ଚହ୍ନଟ ହୋଇଥିଲେ।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୪,୦୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮ରେ ପହଞ୍ଚିଛି। ଏବେ ସୁଦ୍ଧା ଦେଶରେ ସକ୍ରିୟ ରହିଛନ୍ତି ୭ ଲକ୍ଷ ୪୦ ହଜାର ୯୦ ଜଣ।

Comment