ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରେ ୧୯୩୧ ନୂଆ କରୋନା ପଜିଟିଭ୍‌
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି
  • ଆକ୍ଟିଭ୍‌ କେସ୍‌ ୨୦ ହଜାର ୭୫୦

ରାଜ୍ୟରେ ଆଜି ୧୯୩୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୨୦ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୮୧୧ ଲୋକାଲ କେସ୍‌ ରହିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୧୫୩, ଅନୁଗୁଳରୁ ୧୨୦, ସୁନ୍ଦରଗଡ଼ରୁ ୧୦୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୭୮, ପୁରୀରୁ ୭୨, ଯାଜପୁରରୁ ୬୭, ବରଗଡ଼ରୁ ୬୬, କେନ୍ଦୁଝରରୁ ୬୫, ଭଦ୍ରକ ଓ ବଲାଙ୍ଗିରରୁ ୬୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ନବରଙ୍ଗପୁର, କେନ୍ଦ୍ରପଡ଼ାରୁ ୬୧, ଝାରସୁଗୁଡ଼ାରୁ ୫୬, ଷ୍ଟେଟପୁଲରୁ ୫୧, କନ୍ଧମାଳରୁ ୪୬, କଳାହାଣ୍ଡିରୁ ୪୫, ନୂଆପଡ଼ାରୁ ୪୩, ମାଲକାନଗିରିରୁ  ୩୮, ସମ୍ବଲପୁରରୁ ୩୭, ଢେଙ୍କନାଳରୁ ୩୫, ସୁବର୍ଣ୍ଣପୁରରୁ ୩୦, କୋରାପୁଟରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି ଘଟିଛି। ଏବେ ସୁଦ୍ଧା ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୧୯୭ ରହିଥିଲା ବେଳେ ଆକ୍ଟିଭ୍‌ କେସ୍‌ ୨୦ ହଜାର ୭୫୦ ରହିଛି।

Comment