ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ଭିତରେ ଏଟିଏମ୍ ବ୍ୟବହାରକାରୀଙ୍କୁ ଝଟକା ଲାଗିବାକୁ ଯାଉଛି। କାହିଁକି ନା, ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଇଲେ ଗ୍ରାହକମାନଙ୍କୁ  ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି।

ଏଟିଏମ୍ ଶୁଳ୍କକୁ ନେଇ ପୁନର୍ବିଚାର କରିବାକୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏକ କମିଟି ଗଠନ କରିଥିଲା। ଏହି କମିଟି ଏହି ନୂଆ ନିୟମକୁ ସୁପାରିସ୍ କରିଛି। ଏହାଦ୍ୱାରା ଲୋକମାନେ ଅନଲାଇନ୍ ଜରିଆରେ ଅଧିକ ଟଙ୍କା ଦେଣନେଣ କରିବେ। କେବଳ ଏଟିଏମ୍ ଜରିଆରେ ଟଙ୍କା ଡିପୋଜିଟ୍ ହେବ। ଏହାଦ୍ୱାରା ଟଙ୍କା ଡକାୟତିର ମାତ୍ରା କମିବ ବୋଲି ଆରବିଆଇ ଆଶା ରଖିଛି।ଅନ୍ୟପଟେ ଆରବିଆଇ ଏବେ ବଡ଼ ସହରରେ ଏଟିଏମ୍ ସଂଖ୍ୟା କମ୍ କରିବା ସହିତ ୧୦ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରମାନଙ୍କରେ ଏଟିଏମ୍ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛି ବୋଲି ଜଣାପଡ଼ିଛି।

ଏହି ନୂଆ ନିୟମ ଜାରି ହେବା ପରେ ଏଟିଏମରୁ ସର୍ବାଧିକ ୫ ହଜାର ଟଙ୍କା ଉଠାଣ କରିହେବ। ଏହାଠାରୁ ଅଧିକ ଟଙ୍କା କାଢ଼ିବାକୁ ହେଲେ ଗ୍ରାହକମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here