ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କୋଭିଡ୍‌-୧୯ ବା କରୋନା ମୁକାବିଲା ପାଇଁ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବଡ଼ ଘୋଷଣା କରିଛନ୍ତି। ଏଣିକି ଯେ କୌଣସି ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଣ କଲେ ଗ୍ରାହକମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଗରୁ ଗୋଟିଏ ବ୍ୟାଙ୍କର ଗ୍ରାହକମାନେ ଯଦି ମାସକୁ ପାଞ୍ଚ ଥର ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ କରୁଥିଲେ ସେମାନଙ୍କୁ ଶୁଳ୍କ ଦେବାକୁ ପଡୁଥିଲା। ହେଲେ କରୋନା ପାଇଁ ଏହି କଟକଣା ଉଠାଇ ଦେଇଛନ୍ତି କେନ୍ଦ୍ର ସରକାର। ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ତିନି ମାସ ଯାଏଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ସେହିପରି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଟଙ୍କା ରହିଥିଲେ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି ନିର୍ମଳା କହିଛନ୍ତି।

Comment