ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ ସହିତ ଲାଗି ରହିଥିବା ସୀମା ବିବାଦ ଭିତରେ ମହନୀୟତା ଦେଖାଇଛି ଭାରତ। ବାଟବଣା ହୋଇ ଭାରତ ସୀମାକୁ ଚାଲିଆସିଥିବା ଚୀନ ସୈନିକଙ୍କୁ ପୁଣି ଚୀନକୁ ହସ୍ତାନ୍ତର କରିଛି ଭାରତୀୟ ସେନା। ମଙ୍ଗଳବାର ତାଙ୍କୁ ପଚରାଉଚୁରା କରି ଚୁସୁଲ-ମୋଲ୍ଡା ମିଟିଂ ପଏଣ୍ଟକୁ ଛାଡି ଦିଆଯାଇଛି।

ଅକ୍ଟୋବର ୧୯ରେ ଲଦାଖର ଡେମଚୋକକୁ ପଶିଆସିଥିଲେ ଜଣେ ଚୀନ ସୈନିକ ଓ୍ଵାଙ୍ଗ ୟା ଲଙ୍ଗ। ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ସମୟରେ ଚୀନ ସୈନିକ ଭାରତରେ ପ୍ରବେଶ କରି ଗୁପ୍ତଚର ଭାବରେ କାମ କରୁଥିବା ସନ୍ଦେହରେ ଭାରତୀୟ ସେନା ତାଙ୍କୁ ଧରି ନେଇଥିଲା।

ତେବେ ସେ ଭୁଲରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଚୀନ ପକ୍ଷରୁ କୁହାଯାଇଥିଲା ଏବଂ ତାଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରାଯାଇଥିଲା। ଏହାପରେ ସମସ୍ତ ଔପଚାରିକ କାର୍ଯ୍ୟ ଶେଷ ହେବାପରେ ପ୍ରୋଟକଲ୍ ଅନୁସାରେ ତାଙ୍କୁ ଫେରାଇ ଦିଆଯିବ ବୋଲି ଭାରତୀୟ ସେନା କହିଥିଲା। ମଙ୍ଗଳବାର ରାତିରେ ତାଙ୍କୁ ପଚରାଉଚୁରା ପରେ ଚୀନକୁ ଫେରାଇ ଦେଇଛି ଭାରତୀୟ ସେନା।

Comment