ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ ଜିଲ୍ଲାର ଏକ ଜଙ୍ଗଲରେ ଲୁଚି ରହିଥିବା ୩ ଡକାୟତଙ୍କୁ ବୁଧବାର ଓଡ଼ଗାଁ ଆଦର୍ଶଥାନା ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ ଏବଂ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନନ୍ଦିଘର ତୁଳସୀ ସାହିର କାର୍ତ୍ତିକ ନାୟକ, ଓସ୍ତିଆର ସନ୍ତୋଷ ବେହେରା ଏବଂ ଓଡ଼ଗାଁ ଖେଳପଡିଆ ସାହିର କୈଳାସ ଚନ୍ଦ୍ର ସାହୁ।
କିଛି ସପ୍ତାହ ହେବ ଏହି ଡକାୟତ ଦଳ ନୂଆଗାଁ ବ୍ଲକ ଡିମିରିପଲ୍ଲୀ ନିକଟସ୍ଥ ଦୂରୁଙ୍ଗୀ ଜଙ୍ଗଲରେ ଲୁଚି ରହିଥିଲେ। ଓଡ଼ଗାଁର କୈଳାସ ବେହେରା ଏମାନଙ୍କୁ ନିୟମିତ ଖାଦ୍ୟ, ପାନୀୟ ଯୋଗାଇ ଆସୁଥିଲେ।
ତେବେ କୈାଣସି ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଓଡ଼ଗାଁ ପୋଲିସ ଥାନାର ଏଏସ୍ଆଇ ସଞ୍ଜୟ କୁମାର ପରିଡା ଉକ୍ତ ଜଙ୍ଗଲରେ ଚଢ଼ାଉ କରି କୌଶଳକ୍ରମେ ସେମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି।