ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଚିହ୍ନଟ ହେଲେ ଆଉ ୧୯୧୩ ପଜିଟିଭ୍
  • ମୋଟ ଆକ୍ରାନ୍ତ ୨ ଲକ୍ଷ ୭୬ ହଜାର ୯୪
  • ସୁସ୍ଥ ହେଲେଣି ୨ ଲକ୍ଷ ୫୪ ହଜାର ୯୧୩
  • ୧୯ ହଜାର ୯୩୨ ଆକ୍ଟିଭ୍‌ କେସ୍

ରାଜ୍ୟରେ ଆଜି ଆଉ ୧୯୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୮୦୪ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୧୫୦, ଅନୁଗୁଳରୁ ୧୦୬, ଜଗତସିଂହପୁର ସୁନ୍ଦରଗଡ଼ରୁ ୯୯ ଜଣ ଲେଖାଏଁ, ମୟୂରଭଞ୍ଜରୁ ୯୨, କଳାହାଣ୍ଡିରୁ ୮୨, କେନ୍ଦୁଝରରୁ ୭୪, ବାଲେଶ୍ୱରୁ ୭୩, ଯାଜପୁରରୁ ୭୨, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାରୁ ୬୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ପୁରୀରୁ ୫୫, କୋରାପୁଟରୁ ୫୪, ସମ୍ବଲପୁରରୁ ୫୧, ଷ୍ଟେଟପୁଲରୁ ୫୦, କନ୍ଧମାଳ, ଝାରସୁଗୁଡ଼ା ଓ ଢେଙ୍କନାଳରୁ ୪୮ ଜଣ ଲେଖାଏଁ ଭଦ୍ରକରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୯୪କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ମୋଟ ୨ ଲକ୍ଷ ୫୪ ହଜାର ୯୧୩ ଜଣ ସୁସ୍ଥ ହୋଇଥିଲା ବେଳେ ୧୯ ହଜାର ୯୩୨ ଆକ୍ଟିଭ୍‌ କେସ୍ ରହିଛି।

Comment