ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ଭୁବନେଶ୍ୱର, ସୁବର୍ଣ୍ଣପୁର, ଢେଙ୍କାନାଳରୁ ୨ ଜଣ ଲେଖାଏଁ, କଟକ, ରାଉରକେଲା ଓ ପୁରୀ ଜିଲ୍ଲାରୁ  ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି।

ମୟୂରଭଞ୍ଜର ୩ ଜଣ ମୃତକଙ୍କ ମଧ୍ୟରେ ୭୦, ୭୨, ୫୭ ବର୍ଷୀୟ ପୁରୁଷ ଥିଲା ବେଳେ ଅନୁଗୁଳର ୩ ମୃତକଙ୍କ ମଧ୍ୟରେ  ୮୪, ୫୪ ୨ ପୁରୁଷ ୮୪ ବର୍ଷୀୟା ମହିଳା ଅଛନ୍ତି।

ଭୁବନେଶ୍ୱରର ୭୮ ଓ ୭୩ ବର୍ଷୀୟ ପୁରୁଷ ଓ ଢେଙ୍କାନାଳର ୪୨ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି।

ସେହିପରି ସୁବର୍ଣ୍ଣପୁରର ୬୫ ବର୍ଷୀୟା ମହିଳା, ୪୧, କଟକର ୭୩, ପୁରୀର ୪୮, କଟକର ୭୩, ପୁରୀର ୪୮ ବର୍ଷୀୟ ପୁରୁଷ ଓ ରାଉରକେଲାର ୨୯ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି ଘଟିଛି।

Comment