ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକା ‘କୋଭିସିଲ୍‌ଡ’କୁ ଲାଗିଛି ବଡ଼ ଝଟକା। ଟିକାର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବ୍ରାଜିଲର ନାସନାଲ ହେଲ୍‌ଥ ସର୍ଭେଲାନ୍ସ ଏଜେନ୍ସି ଏହି ସୂଚନା ଦେଇଛି।

ସ୍ୱେଚ୍ଛାସେବୀଙ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକା ଦିଆଯାଇଥିଲା। ମୃତକଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଟିକାର ପରୀକ୍ଷଣ ଜାରି ରହିବ। ଏବେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ସମ୍ପର୍କରେ ଏକ ସ୍ୱତନ୍ତ୍ର ଟିମ୍‌ ତଦନ୍ତ କରିବ। ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଜାପାନ, ଇଂଲଣ୍ଡ ସହିତ ଭାରତରେ ଏହି ଟିକାର ପରୀକ୍ଷଣ ଚାଲୁ ରହିଛି।

ବ୍ରାଜିଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଏହାର ପ୍ରଭାବ ଅନ୍ୟ ଦେଶରେ ଚାଲିଥିବା ପରୀକ୍ଷଣ ଉପରେ ମଧ୍ୟ ପଡ଼ିପାରେ।

Comment