ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ କରୋନା ଟିକା। ଏଥିପାଇଁ ପ୍ରାଥମିକ ସ୍ତରରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଏଥିସହିତ ଭାରତୀୟ ମେଡିକାଲ ସଂଘ, ଆୟୁଷ, ନର୍ସିଂ ଆସୋସିଏସନ, ପାରାମେଡିକ କର୍ମଚାରୀ ସଂଘ ସମେତ ବେସରକାରୀ ହସ୍ପିଟାଲ ମାଲିକ ସଂଘକୁ ମଧ୍ୟ ଚିଠି ଲେଖାଯାଇଛି। ଅକ୍ଟୋବର ୨୫ ସୁଦ୍ଧା ସମସ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ଵା ମୁନିସିପାଲ କମିସନରଙ୍କ ସହଯୋଗରେ ଏହି ଡାଟା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ପାଖରେ ସ୍ଵାସ୍ଥ୍ୟକର୍ମୀମାନଙ୍କ ପଞ୍ଜୀକରଣ କରାଇବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଟିକା ଆସିବା ମାତ୍ରେ ହିଁ ସର୍ବପ୍ରଥମେ କରୋନା ପାଇଁ ଲଢ଼େଇ କରୁଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଏକା ପ୍ରଦାନ କରାଯାଇପାରିବ। ଫଳରେ ଟିକା ଆସିବା ମାତ୍ରେ ହିଁ ସର୍ବପ୍ରଥମେ କରୋନା ପାଇଁ ଲଢ଼େଇ କରୁଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଏକା ପ୍ରଦାନ କରାଯାଇପାରିବ।

ଅକ୍ଟୋବର ୧୬ର ଏକ ନିର୍ଦ୍ଦେଶନାମାରେ କେନ୍ଦ୍ର ସରକାର କରୋନା ଭ୍ୟାକସିନ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମ (ସିଭିବିଏମ୍‌ଏସ୍‌)ରେ ଡାଟା ଅପଲୋଡ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶାନାମା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comment