ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟ ବ୍ୟକ୍ତିଗତ କରଦାତାଙ୍କ ରିଟର୍ଣ୍ଣ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଦେଇଛି।

ଏହାପୂର୍ବରୁ ମଧ୍ୟ ସରକାର କରଦାତାମାନଙ୍କୁ ସମୟ ଦେଇଥିଲେ। ପୂର୍ବରୁ ଏହି ସମୟ ଜୁଲାଇ ୩୧ ରହିଥିଲା। ଏହାପରେ ସରକାର ଏହାକୁ ବୃଦ୍ଧି କରି ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରିଥିଲେ। ଆଜି ଏହି ଆୟକର ରିଟର୍ଣ୍ଣ ଦାଖଲ ଅବଧିକୁ କେନ୍ଦ୍ର ସରକାର ଡିସେମ୍ବର ୩୧କୁ ବୃଦ୍ଧି କରିଛନ୍ତି।

ଅନ୍ୟପଟେ ଯେଉଁ କରଦାତାମାନଙ୍କ ଖାତା ଅଡିଟ୍ ହେବାର ଅଛି, ସେମାନେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଭରିପାରିବେ ବୋଲି କୁହାଯାଇଛି।

Comment