ଓଡ଼ିଶାଲାଇଭ୍ ବ୍ୟୁରୋ
- ଦିନକରେ ୧୬୯୫ ପଜିଟିଭ୍ ଚିହ୍ନଟ
- କ୍ଵାରେଣ୍ଟାଇନ୍ରୁ ୯୮୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୦୯ ଜଣ ପଜିଟିଭ୍
- ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଉଛି। ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ୧,୬୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୯୮୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୦୯ ଜଣ ପଜିଟିଭ୍ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 23rd October
New Positives: Cases: 1695
In quarantine: 986
Local contacts: 709(Details of local contacts will be shared by concerned District Administration)
District Wise Cases:
1. Angul: 83
2. Balasore: 128
3. Bargarh: 56
4. Bhadrak: 35
5. Balangir: 65— I & PR Department, Odisha (@IPR_Odisha) October 24, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୧୨୮ ଜଣ, ସୁନ୍ଦରଗଡ଼ରୁ ୧୧୦ ଜଣ, କଟକରୁ ୧୦୩ ଜଣ, ନୂଆପଡ଼ାରୁ ୯୨ ଜଣ, ଅନୁଗୁଳରୁ ୮୩ ଜଣ ପଜିଟିଭ୍ ଅଛନ୍ତି।
22. Mayurbhanj: 45
23. Nawarangpur: 51
24. Nayagarh: 32
25. Nuapada: 92
26. Puri: 51
27. Rayagada: 17
28. Sambalpur: 42
29. Sonepur: 24
30. Sundargarh: 110
31. State Pool: 35New recoveries: 2377
Cumulative tested: 4280274
Positive: 279582
Recovered: 259418
Active cases: 18882— I & PR Department, Odisha (@IPR_Odisha) October 24, 2020
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୫୯,୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୮,୮୮୨ଟି ଆକ୍ଟିଭ୍ କେସ୍ ରହିଛି।














