ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ‘ବାବା କି ଢାବା’ ଏବେ ବେଶ ପରିଚିତ। ଏହି ଢାବାର ମାଲିକ ୮୧ ବର୍ଷୀୟ କାନ୍ତା ପ୍ରସାଦ ମଧ୍ୟ ଏବେ ସବୁଠି ଜଣାଶୁଣା। କିଛି ଦିନ ପୂର୍ବରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। କରୋନା ପାଇଁ ଫାଙ୍କା ପଡ଼ୁଥିବା ତାଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ଲାଗୁଥିଲା। ଲୋକଙ୍କଠାରୁ ସାହାଯ୍ୟର ସୁଅ ଛୁଟିଥିଲା। ହେଲେ ଏବେ କାନ୍ତା ପ୍ରସାଦଙ୍କ ଦୁଃଖ ପୁଣି ଫେରିଛି। ମାତ୍ର ୨୦ ଦିନ ପରେ ତାଙ୍କ ଦୋକାନର ଅବସ୍ଥା ପୂର୍ବ ଭଳି ହୋଇଯାଇଛି। ଏବେ ଆଉ ‘ବାବା କି ଢାବା’ରେ ଗ୍ରାହକଙ୍କ ଭିଡ଼ ଲାଗୁନି।

ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳର ଏହି ଢାବାକୁ ହାତ ଗଣତି କେଇଟା ଲୋକ ଆସୁଛନ୍ତି। ଆଉ କେହି କେହି ଏଠାରେ କେବଳ ଫଟୋ ଉଠାଇବାକୁ ଆସୁଛନ୍ତି।baba da dhaba_delhi

ସୋସିଆଲ ମିଡିଆ ଷ୍ଟାରରେ ପରିଣତ ହୋଇଥିବା କାନ୍ତ ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମି ଦେବୀଙ୍କ ଷ୍ଟାରଡମ ହ୍ରାସ ପାଇଛି। ତେବେ ବର୍ତ୍ତମାନ ସେଠାରେ ଖାଇବାକୁ କମ୍‌ କିନ୍ତୁ ଫଟୋ, ଭିଡିଓ ପାଇଁ ଅଧିକ ଲୋକ ଆସୁଛନ୍ତି।  ତାଙ୍କ ଦୋକାନ ସାମ୍ନାରେ କିଛି କମ୍ପାନି ନିଜର ବିଜ୍ଞାପନ ପାଇଁ ବୋର୍ଡ ଲଗାଇଥିଲେ। ଏବେ ତା’ ମଧ୍ୟ ହଟିଗଲାଣି।

ଅକ୍ଟୋବର ୮ରେ ଚର୍ଚ୍ଚାକୁ ଆସିଥିଲା ‘ବାବା କି ଢାବା’

କରୋନା ସମୟରେ ତାଙ୍କର କାନ୍ତା ପ୍ରସାଦଙ୍କ ବେପାର ଠିକ୍ ଭାବେ ହେଉନଥିବାରୁ ସେ ନିଜର ଗୁଜୁରାଣ ମେଣ୍ଟାଇ ପାରୁନଥିଲେ। ଏହି କଥା କହୁ କହୁ ସେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କର ଏହି ଭିଡିଓକୁ ଜଣେ ବ୍ୟକ୍ତି ସୁଟିଂ କରି ଏହାକୁ ସୋସିଆଲ୍ ମିଡିଆରେ ସେଆର୍ କରିଥିଲେ।‘ବାବା କି ଢ଼ାବା’ ନାମରେ ଏହି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା। ଏପରିକି ବଲିଉଡ୍ ସେଲିବ୍ରିଟିଙ୍କଠୁ ଆରମ୍ଭ କରି କ୍ରିକେଟରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେଆର୍ କରିଥିଲେ।

Comment