ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୫୦,୧୨୯ ଆକ୍ରାନ୍ତ, ୫୭୮ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୭୮,୬୪,୮୧୧କୁ ବୃଦ୍ଧି
  • ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୮,୫୩୪କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୫୭୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୮ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ଗୋଟିଏ ଦିନରେ ୫୦,୧୨୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୭୮,୬୪,୮୧୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୦,୭୮,୧୨୩ ଜଣ ସୁସ୍ଥ ହୋଇଥିବା ବେଳେ ୬,୬୮,୧୫୪ ଜଣ ସକ୍ରିୟ ରୋଗୀ ଅଛନ୍ତି।

ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୮,୫୩୪କୁ ବୃଦ୍ଧି ପାଇଛି।

Comment