ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି ଘଟିଛି।

ଆଜି ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, ଭୁବନେଶ୍ୱର, ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ, ବରଗଡ଼, ଗଜପତି, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି, ପୁରୀରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଅନୁଗୁଳର ୨ ମୃତକଙ୍କ ମଧ୍ୟରେ ୪୫ ବର୍ଷୀୟା ମହିଳା, ୬୭ ବର୍ଷୀୟ ପୁରୁଷ ଥିଲା ବେଳେ ବାଲେଶ୍ୱରର ୬୬ ଓ ୪୫ ବର୍ଷୀୟ ପୁରୁଷ, ଢେଙ୍କାନାଳର ୪୦ ଓ ୪୬ ବର୍ଷୀୟା ମହିଳା, ଭୁବନେଶ୍ୱରର ୬୨ ବର୍ଷୀୟ ପୁରୁଷ, ୫୦ ବର୍ଷୀୟ ମହିଳା, ସୁନ୍ଦରଗଡ଼ର ୬୨ ଓ ୪୮ ବର୍ଷୀୟ ପୁରୁଷ ଅଛନ୍ତି।

ସେହିପରି ଗଞ୍ଜାମର ୭୦, ମାଲକାନଗିରିର ୭୫, ପୁରୀର ୮୨, ଗଜପତିର ୬୫, ବରଗଡ଼ର ୬୭ ପୁରୁଷ, କେନ୍ଦୁଝରର ୫୯ ବର୍ଷୀୟ ମହିଳାଙ୍କ ଜୀବନ ଯାଇଛି।

Comment