ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍‌ ହସ୍ପିଟାଲରେ ଖୁବଶୀଘ୍ର ଆରମ୍ଭ ହେବ କରୋନା ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲର ବରିଷ୍ଠ ଡାକ୍ତର ତଥା କୋଭାକ୍ସିନ ମାନବ ପରୀକ୍ଷଣ ପ୍ରକ୍ରିୟାର ଓଡିଶା ମୁଖ୍ୟ  ଇ. ଭେଙ୍କଟ ରାଓ।

କୋଭାକ୍ସିନ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ତୃତୀୟ ପର୍ଯ୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କଠାରେ ପରୀକ୍ଷଣ ହେବ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଓଡ଼ିଶାର ସମ୍‌ ହସ୍ପଟାଲ ସମେତ ଦେଶର ୨୧ଟି ହସ୍ପିଟାଲରେ ହେବ। ଏଥିରେ ଦେଶର ୨୫ ହଜାର ସ୍ୱେଚ୍ଛସେବୀ ସାମିଲ ହେବେ।

ସମ୍‌ ହସ୍ପିଟାଲରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷାରେ ଆଶାନୁରୂପ ଫଳ ମିଳିଛି ବୋଲି ପୂର୍ବରୁ କହିଥିଲେ କହିଥିଲେ ଡାକ୍ତର ରାଓ।

Comment