ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୧୪୮୦ ପଜିଟିଭ୍ ଚିହ୍ନଟ
  • ଆଜି ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଟପିଲା

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୧୪୮୦ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଟପିଛି। ଅନ୍ୟପଟେ ଆଜି ରାଜ୍ୟରେ ୧୪ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧ ଜଣ ଅନୁଗୁଳରୁ ଚିହ୍ନଟ ହୋଇଥିବାବେଳେ କଟକକୁ ୧୦୬, ଖୋର୍ଦ୍ଧାରୁ ୧୧୦, ମୟୂରଭଞ୍ଜରୁ ୧୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି।

Comment