ଓଡ଼ିଶାଲାଇଭ୍ ବ୍ୟୁରୋ 

ନୟାଗଡ଼ର ପ୍ରସିଦ୍ଧ ଧର୍ମକ୍ଷେତ୍ର କଣ୍ଟିଲୋ ନୀଳମାଧବ ମନ୍ଦିରରେ ମଙ୍ଗଳବାର ଶ୍ରୀଜୀଉଙ୍କ ଦାମୋଦର ବେଶ ଅନୁଷ୍ଠିତ ହୋଇଛି। ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କଠାରେ ଲାଗି ହେଉଥିବା ଏହି ବେଶର ଧାର୍ମିକ ଚିନ୍ତାଧାରା ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟ ରହିଛି। ଶ୍ରୀଜୀଉଙ୍କ ଠାରେ ଲାଗି ହେଉଥିବା ଏହି ବେଶକୁ ରାଈଦାମୋଦର ବେଶ ମଧ୍ୟ କୁହାଯାଏ।

ନୀଳାଚଳ ପୁରୀରେ ମଧ୍ୟ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାମୋଦର ବେଶ ଲାଗି ହୋଇଛି। ଏହି ପବିତ୍ର ତିଥିରୁ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଶ୍ରୀଜୀଉ ଦାମୋଦର ବା ରାଈଦାମୋଦର ବେଶରେ ପୂଜା ପାଇବେ।

ଭକ୍ତଜନଙ୍କ ହିତ ସାଧନ ଲାଗି ଭଗବାନ ବିଭିନ୍ନ ବେଶ ଧାରଣ କରିଥାନ୍ତି। ସେଥିମଧ୍ୟରୁ କାର୍ତ୍ତିକର ରାଈଦାମୋଦର ବେଶ ଅନ୍ୟତମ। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦି ପୀଠ ନୀଳମାଧବଙ୍କ ଦାମୋଦର ବେଶ ଆଦ୍ୟ ଦିବସରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା ଓ ଧୂପ ଆଦି ନୀତି ସଂପନ୍ନ ହୋଇଥିଲା। ପୂଜକ ଓ ସେବାୟତମାନେ ଆନନ୍ଦମନରେ ଶ୍ରୀଜୀଉଙ୍କୁ ଦାମୋଦର ବେଶରେ ସଜ୍ଜିତ କରିଥିଲେ।

LEAVE A REPLY

Please enter your comment!
Please enter your name here