ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି। ଦଳରେ ଯୁବ ଖେଳାଳି କାମରେନ୍ ଗ୍ରୀନକୁ ସାମିଲ କରାଯାଇଥିବାବେଳେ ଆରୋନ୍ ଫିଞ୍ଚ ଦଳର ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି।

ଟିମକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଟ୍ରେବର ହୋନ୍ସ କହିଛନ୍ତି ଯେ, କାମରେନ୍ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ ଭାରତ ବିପକ୍ଷ ସିରିଜ୍ ପାଇଁ ବଛାଯାଇଛି। ସେ ଭାରତ ବିପକ୍ଷରେ ବେଶ ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି।

ନଭେମ୍ବର ୨୭ରୁ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଦିନିକିଆ ସିରିଜ ଆରମ୍ଭ ହେଉଥିବାବେଳେ ଡିସେମ୍ବର ୪ରୁ ଟି-୨୦ସିରିଜ୍ ଖେଳାଯିବ। ଏଥିପାଇଁ ଆଜି କ୍ରିକେଟ୍ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି।

ଅଷ୍ଟ୍ରେଲିଆ ଟିମ୍:

ଆରୋନ୍ ଫିଞ୍ଚ (ଅଧିନାୟକ), ସିନ୍ ଏବୋଟ୍, ଏଷ୍ଟନ୍ ଏଗର, ଆଲେକ୍ସ କାରି, ପାଟ କମିନ୍ସ, କାମରେନ୍ ଗ୍ରୀନ୍, ଜୋସ୍ ହେଜେଲହୁଡ୍, ମୋଇଜେସ୍ ହେନେରିକ୍ସ, ମାର୍ନସ ଲାବୁଶେନ୍, ଗ୍ଲେନ୍ ମାକ୍ସୱେଲ୍, ଡାନିଏଲ୍ ସାମ୍ସ, କେନ୍ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କ ଷ୍ଟୋଇନିସ୍, ମାଥ୍ୟୁ ୱାଦେ, ଡେଭିଡ୍ ୱାର୍ନର ଓ ଆଦାମ୍ ଜାମ୍ପା।

Comment