ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦିନକରେ ଆଉ ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୯୭କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଓ ନୂଆପଡ଼ାରୁ ୨ ଜଣ ଲେଖାଏଁ ଥିଲାବେଳେ ସମ୍ବଲପୁର, କେନ୍ଦୁଝର ଓ ଜଗତସିଂହପୁରରୁ ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି।

ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟରେ ୪୯ ବର୍ଷୀୟ ପୁରୁଷ, ୭୧ ବର୍ଷୀୟା ମହିଳା ଥିଲା ବେଳେ କଟକର ୫୨ ଓ ୬୨ ବର୍ଷୀୟ ପୁରୁଷ, ଅନୁଗୁଳର ୪୩ ବର୍ଷୀୟ ପୁରୁଷ, ୬୦ ବର୍ଷିୟା ମହିଳା, ନୂଆପଡ଼ାରୁ ୬୫, ୫୦ ବର୍ଷୀୟ ପୁରୁଷ, ବାଲେଶ୍ୱରର ୪୧ ବର୍ଷୀୟ ପୁରଷ ଓ ୫୧ ବର୍ଷୀୟା ମହିଳା ଅଛନ୍ତି।

ସେହିପରି ସମ୍ବଲରପୁରର ୪୮ ବର୍ଷୀୟ ପୁରୁଷ, ଜଗତସିଂହପୁରର ୪୮ ବର୍ଷୀୟ ପୁରୁଷ, କେନ୍ଦୁଝରର ୫୮ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି।

Comment