ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ସାରାବିଶ୍ୱରେ ଜାରି ରହିଛି। ଭାରତରେ ମଧ୍ୟ କରୋନାର ଅନେକ ଟିକା ଉପରେ ଏବେ ପରୀକ୍ଷଣ ଚାଲିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଭାରତରେ କୋଭିଡ ଟିକା ଉପଲବ୍ଧ ହେବ ସେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ଏହି ଟିକା ଦିଆଯିବ, ଏଥିରୁ କାହାକୁ ବାଦ ଦିଆଯିବ ନାହିଁ ବୋଲି ମୋଦୀ କହିଛନ୍ତି।

ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କରୋନା ଟିକା ଉପରେ ଆଲୋଚନା କରି ମୋଦୀ ଏ କଥା କହିଛନ୍ତି।

‘‘ ମୁଁ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଦେଶରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କୁ ଏହି ଟିକା ଦିଆଯିବ। ଟିକାକରଣରୁ କେହି ବାଦ ପଡ଼ିବେନି’’,  କହିଛନ୍ତି ମୋଦୀ।

ଦେଶରେ ଠିକ୍‌ ସମୟରେ ଲକଡାଉନ୍‌ ଘୋଷଣା ଯୋଗୁଁ ଅନେକ ଜୀବନ ବଞ୍ଚିଯାଇଛି। ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି। ଦେଶରେ କୃଷି, ବିଦେଶୀ ପୁଞ୍ଜି ନିବେଶ, ଅଟୋ ମୋବାଇଲ କ୍ଷେତ୍ରରେ ଅଗ୍ରଗତି ହେଉଛି ବୋଲି କହିଛନ୍ତି ମୋଦୀ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ଭାଇରସ ସଙ୍କଟ ଏବେ ବି ରହିଛି, ଏଭଳି ପରିସ୍ଥିତିରେ ଲୋକମାନେ ସତର୍କ ରହିବା ଉଚିତ। ପର୍ବ ଦିନରେ ଲୋକମାନେ ଅଧିକ ସଜାଗ ରହିବା ଉଚିତ।

Comment