ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮ କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩, କଟକରୁ ୨, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, ନୂଆପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧାର ୩ ମୃତଙ୍କ ମଧ୍ୟରେ ୬୬, ୫୯ ବର୍ଷୀୟ ପୁରୁଷ, ଜଣେ ୪୦ ବର୍ଷୀୟା ମହିଳା ଥିଲା ବେଳେ କଟକର ୨ ମୃତକଙ୍କ ମଧ୍ୟରେ ଜଣେ ୬୭, ୫୪ ବର୍ଷୀୟା ମହିଳା ଅଛନ୍ତି।

ସେହିପରି ଅନୁଗୁଳରୁ ୫୫, ଗଞ୍ଜାମରୁ ୬୨, ଝାରସୁଗୁଡ଼ାରୁ ୬୮, କନ୍ଧମାଳରୁ ୪୨, ନୂଆପଡ଼ାରୁ ୪୫ ବର୍ଷୀୟ ପୁରୁଷ, ରାୟଗଡ଼ାରୁ ୬୧ ବର୍ଷିୟା ମହିଳାଙ୍କ ଜୀବନ ଯାଇଛି।

Comment