ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୧୪୭୦ ପଜିଟିଭ୍ ଚିହ୍ନଟ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ଟପିଲା
  • ରାଜ୍ୟରେ ଆଜି ଆଖି ବୁଜିଲେ ଆଉ ୧୨ ଆକ୍ରାନ୍ତ

ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୪୭୦ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ଟପିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ଥିବା ୧୨ ଜଣ ରୋଗୀ ଆଜି ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ରାଜ୍ୟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୩ ଜଣ କ୍ୱାରେଣ୍ଟାଇନରୁ ଓ ବାକି ୬୧୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୨୬ ଓ ସୁନ୍ଦରଗଡ଼ରୁ ୧୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରୁ ଶହେରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି କରୋନାରେ ଆକ୍ରାନ୍ତ ଥାଇ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି।

ଏଯାବତ ରାଜ୍ୟରୁ ମୋଟ ୨ ଲକ୍ଷ ୯୦ ହଜାର ୧୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୮୩୮ ଜଣ ସୁସ୍ଥ  ହୋଇଥିବାବେଳେ ଏବେ ବି ୧୪ ହଜାର ୯୦୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment