ଓଡ଼ିଶାଲାଇଭ୍ ବ୍ୟୁରୋ

କିଛିଦିନ ତଳେ ୟୁଟ୍ୟୁବ, ଫେସବୁକ୍, ଟୁଇଟରରେ ଚମତ୍କାର ଟ୍ରେଣ୍ଡ କରିଥିବା ବାବା କା ଢାବା ପୁଣି ଚର୍ଚ୍ଚାରେ। ୟୁଟ୍ୟୁବର ଗୌରବ ୱାସନଙ୍କ ବିରୋଧରେ ବାବା କା ଢ଼ାବାର ମାଲିକ କାନ୍ତାପ୍ରସାଦ ଆର୍ଥିକ ଠକେଇ ଅଭିଯୋଗ ଆଣିଛନ୍ତି।

କାନ୍ତାପ୍ରସାଦଙ୍କ ଦୁଃଖଭରା ଭିଡିଓ ସେୟାର କରି ରାତାରାତି ତାଙ୍କ ଢାବାକୁ ଦିଲ୍ଲୀ ସମେତ ସମଗ୍ର ଭାରତରେ ପ୍ରସିଦ୍ଧ କରାଇଦେଇଥିଲେ ୟୁଟ୍ୟୁବର ଗୌରବ ୱାସନ। ହେଲେ ଏବେ କାନ୍ତାପ୍ରସାଦ ସେହି ଗୌରବଙ୍କ ବିରୋଧରେ ଆର୍ଥିକ ଠକେଇର ଅଭିଯୋଗ ଆଣିଛନ୍ତି। କିଛି ବ୍ୟକ୍ତିଙ୍କ ସହାୟତାରେ ସେ ଗୌରବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ସେ କହିଛନ୍ତି ଯେ, ତାଙ୍କୁ ବିଭିନ୍ନ ଲୋକ ସହାୟତା ରାଶି ପଠାଉଥିଲେ ମଧ୍ୟ ସେସବୁ ତାଙ୍କ ପାଖରେ ପହଞ୍ଚିନାହିଁ। ଗୌରବ ତାଙ୍କର ସବୁ ଟଙ୍କା ହଡ଼ପ କରିନେଇଛନ୍ତି। ସେ ମାତ୍ର ୨ ଲକ୍ଷ ଟଙ୍କା ଗୌରବଙ୍କଠାରୁ ପାଇଛନ୍ତି।

ମାଲବୀୟ ନଗର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗୌରବ ଜାଣିଶୁଣି ନିଜର ଆକାଉଣ୍ଟ ନମ୍ବର ଦେଇଛନ୍ତି। ଫଳରେ ବିପୁଳ ଅର୍ଥ ସେ ହଡ଼ପ କରିବାରେ ସମର୍ଥ ହୋଇଛନ୍ତି। ତେବେ ଗୌରବ ଏ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପାଖକୁ ମୋଟ ୩.୫ ଲକ୍ଷ ଟଙ୍କାର ସହାୟତା ଆସିଛି। ସେ ସମସ୍ତ ଅର୍ଥ ବାବା ଅର୍ଥାତ କାନ୍ତାପ୍ରସାଦଙ୍କ ଆକାଉଣ୍ଟକୁ ପଠାଇଦେଇଛନ୍ତି। ଏହାର ପ୍ରମାଣ ସୂରୁପ ସେ ବ୍ୟାଙ୍କ ରିସିପ୍ଟ ମଧ୍ୟ ଫେସବୁକରେ ସେୟାର କରିଛନ୍ତି।

Comment