ରାଜ୍ୟରେ ଆଜି ଆଉ ୧୩୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯୮ ଓ ଲୋକାଲ କେସ୍‌ ୫୯୧ ରହିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୧୦୧, ସୁନ୍ଦରଗଡ଼ରୁ ୧୦୦,କେନ୍ଦ୍ରାପଡ଼ାରୁ ୮୦, ବରଗଡ଼ରୁ ୭୧, ବଲାଙ୍ଗିରରୁ ୭୦, ଅନୁଗୁଳରୁ ୬୯, ନୂଆପଡ଼ା ଓ ବାଲେଶ୍ୱରରୁ ୫୯ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପୁରୀରୁ ୫୮, ମୟୂରଭଞ୍ଜରୁ ୫୫, ଜଗତସିଂହପୁରରୁ ୫୩, ଭଦ୍ରକରୁ ୫୨, କେନ୍ଦୁଝରରୁ ୪୯, ସୁବର୍ଣ୍ଣପୁର ଓ ଝାରସୁଗୁଡ଼ାରୁ ୩୫ ଳେଖାଏଁ, ସମ୍ବଲପୁରରୁ ୩୪, ଷ୍ଟେଟପୁଲରୁ ୩୧, କଳାହାଣ୍ଡିରୁ ୨୭, ମାଲକାନଗିରରୁ ୨୫, ନବରଙ୍ଗପୁରରୁ ୨୪, ନୟାଗଡ଼ରୁ ୨୨,ଢେଙ୍କାନାଳରୁ ୨୦, କନ୍ଧମାଳରୁ ୧୮, କୋରାପୁଟରୁ ୧୩, ଗଞ୍ଜାମରୁ ୧୧, ରାୟଗଡ଼ାରୁ ୧୦, ଦେବଗଡ଼ରୁ ୯, ବୌଦ୍ଧରୁ ୭, ଗଜପତିରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୨୧୪କୁ ବୃଦ୍ଧି ଘଟିଛି। ଏଥରୁ ୨ ଲକ୍ଷ ୭୭ ହଜାର ୫୬୪ ଲୋକ ସୁସ୍ଥ ହୋଇଥିଲା ବେଳେ ୧୪ ହଜାର ୨୫୭ ଆକ୍ଟିଭ କେସ୍‌ ରହିଛି।

ସେହିପରି ରାଜ୍ୟରେ ଆଜି ଆଉ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୩୪୦କୁ ବୃଦ୍ଧି ଘଟିଛି। ଆଜିର ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩, ସମ୍ବଲପୁର, ଭୁବନେଶ୍ୱର, କଟକ, କନ୍ଧମାଳ, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି।

Comment