ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସ୍ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ମିଶିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି ବୋଲି ଟୁଇଟ କରି କହିଛନ୍ତି।

ତେବେ ସେ ସୁସ୍ଥ ଅଛନ୍ତି, ତାଙ୍କ ଦେହରେ କୌଣସି କରୋନା ଲକ୍ଷଣ ନାହିଁ। ତଥାପି ସେ ପ୍ରୋଟୋକଲ ଅନୁଯାୟୀ କ୍ୱାରେଣ୍ଟାଇନରେ ରହିବେ ଏବଂ ଘରୁ କାମ କରିବେ ବୋଲି ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ବି ସେ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିବେଦନ କରିଛନ୍ତି। ସମସ୍ତେ କୋଭିଡ ଗାଇଡଲାଇନ୍‌ ପାଳନ କଲେ କରୋନାକୁ ହରେଇ ହେବ ବୋଲି ସେ କହିଛନ୍ତି।

Comment