ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆ୍ରକାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟରେ ୯୫ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୋମବାର ଦିନ ୧୫୨୭ ରୋଗୀ ହସ୍ପିଟାଲ ଛାଡ଼ିଥିଲେ। ଏହାକୁ ମିଶାଇ ମୋଟ ୨ ଲକ୍ଷ ୭୯ ହଜାର ୦୯୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ସମସ୍ତ ୩୦ ଜିଲ୍ଲାରେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫ ଆକ୍ରାନ୍ତ ହୋଇଥିବା ବେଳେ ୧୩୫୧ ଜଣ ଜଣ ପ୍ରାଣ ହରାଇଛନ୍ତି।

Comment