ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୯୭ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍ ୫୦୪ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫ରେ ପହଞ୍ଚିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨, ଜଗତସିଂହପୁର, ମୟୂରଭଞ୍ଜରୁ ୭୩ ଲେଖାଏଁ, କଟକରୁ ୬୯, ସୁନ୍ଦରଗଡ଼ ୬୭, ଗଞ୍ଜାମରୁ ୬୧, ବରଗଡ଼ରୁ ୫୮, ନୂଆପଡ଼ାରୁ ୫୭, ବଲାଙ୍ଗିରରୁ ୫୨, ଅନୁଗୁଳରୁ ୪୯, ବାଲେଶ୍ୱରରୁ ୪୮, ପୁରୀ, କେନ୍ଦ୍ରାପଡ଼ାରୁ ୪୩ ଲେଖାଏଁ, ଝାରସୁଗୁଡ଼ାରୁ ୩୫, କେନ୍ଦୁଝରରୁ ୩୨, ସମ୍ବଲପୁରରୁ ୩୧, ମାଲକାନଗିରିରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟ ଓ ଯାଜପୁରରୁ ୨୮ ଲେଖାଏଁ, ଭଦ୍ରକରୁ ୨୭, କଳାହାଣ୍ଡିରୁ ୨୬, ସୁବର୍ଣ୍ଣପୁର, ନବରଙ୍ଗପୁର, ଷ୍ଟେଟପୁଲରୁ ୨୪ ଲେଖାଏଁ, ରାୟଗଡ଼ାରୁ ୧୫, ନୟାଗଡ଼ ଓ ଢେଙ୍କାନାଳରୁ ୧୪ ଲେଖାଏଁ, କନ୍ଧମାଳରୁ ୯, ବୌଦ୍ଧରୁ ୮, ଦେବଗଡ଼ରୁ ୫, ଗଜପତିରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆଜି ୧୨ ଆକ୍ରାନ୍ତ ଆଖି ବୁଜିଛନ୍ତି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୩୫୨କୁ ବୃଦ୍ଧି ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩, ଢେଙ୍କାନାଳରୁ ୨, ନୂଆପଡ଼ା, ସୁନ୍ଦରଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କଳାହାଣ୍ଡିରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

Comment