ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତୀ ପାଳିଲା ନିଜର ପ୍ରଥମ ଜନ୍ମଦିନ, ସାଙ୍ଗସାଥୀଙ୍କ ଗହଣରେ କାଟିଲା କେକ୍‌। ଏଭଳି ଏକ ନିଆରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀ କେକ୍‌ କାଟୁଥିବାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଦୃଶ୍ୟ କେରଳର କଟୁର ହାତୀ ପୁନର୍ବାସ କେନ୍ଦ୍ରର ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ଏହି ଛଆ ହାତୀକୁ ଜନ୍ମର ଦୁଇ ଦିନ ପରେ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ସେତେବେଳେ ତା’ର ଅବସ୍ଥା ଗୁରୁତର ଥିଲା। ହାତୀର ବଞ୍ଚିବାର ସମ୍ଭାବନା ନଥିଲା। କିନ୍ତୁ ଜଣେ ପଶୁ ଡାକ୍ତର ହାତୀର ଚିକିତ୍ସା କରି ତାକୁ ସୁସ୍ଥ କରିଥିଲେ। ତା’ ପରଠାରୁ ହାତୀଟି ସେହି ପୁନର୍ବାସ କେନ୍ଦ୍ରରେ ରହିଥିଲା। ହାତୀର ନାଁ ଶ୍ରୀକୁଟି ରଖଯାଇଥିଲା। ଡାକ୍ତର ତା’ର ଲଗାତର ଚିକିତ୍ସା କରୁଥିଲେ।

ଏହାରି ମଧ୍ୟରେ ହାତୀକୁ ୧ ବର୍ଷ ହୋଇଛି। ଏହି ଅବସରେ ପୁନର୍ବାସ କେନ୍ଦ୍ର ପକ୍ଷରୁ ତା’ର ଜନ୍ମଦିନ ପାଳନ କରାଯାଇଛି। ଏହି ଜନ୍ମଦିନ ପାର୍ଟିରେ ଅନ୍ୟ ୧୫ ଟି ହାତୀ ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପଟେ ହାତୀର ଏହି ଭାଇରାଲ ଭିଡିଓକୁ ୟୁଜର ବେଶ ପସନ୍ଦ କରିଛନ୍ତି।

Comment