ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଫାଇବର୍ ଏବଂ ଏୟାରଟେଲ ଏକ୍ସଟ୍ରିମ୍ ଫାଇବର୍‌କୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ୍ ‘ଫାଇବର୍ ବେସିକ୍ ପ୍ଲସ୍’ ପ୍ଲାନ୍‌ ଲଞ୍ଚ୍ କରିଛି। ଏଥିରେ ହାଇସ୍ପିଡ୍ ଡାଟା ସହିତ ଅନେକ ଆକର୍ଷଣୀୟ ସୁବିଧା ମିଳୁଛି।

ବିଏସ୍‌ଏନ୍‌ଏଲ୍‌ ଫାଇବର୍ ବେସିକ୍ ପ୍ଲସ୍ ପ୍ଲାନ୍‌ ୫୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ୬୦Mbps ସ୍ପିଡ୍‌ର ଡାଟା ମିଳୁଛି। ସବୁଠୁ ଖାସ୍ କଥା ହେଉଛି ଏଥରେ ଅସୀମିତ ଡାଟା ପ୍ରଦାନ କରାଯାଉଛି।ଯେଉଁ ସର୍କଲରେ ବିଏସ୍‌ଏନ୍‌ଏଲ୍‌ର ଫାଇବର୍ ଟୁ ଦି ହୋମ୍ (FTTH) ସେବା ଉପଲବ୍ଧ ହେଉଛି, ସେହି ସବୁ ସର୍କଲରେ ଫାଇବର୍ ବେସିକ୍ ପ୍ଲସ୍ ପ୍ଲାନ୍ ସୁବିଧା ପ୍ରଦାନ କରାଯିବ।

ବିଏସ୍‌ଏନ୍‌ଏଲ୍‌ର ଏହି ଫାଇବର୍ ପ୍ଲାନ୍‌ରେ ଅସୀମିତ ଡାଟା ସହିତ ୩,୩୦୦ ଜିବିର ଡାଟା କ୍ୟାମ୍ପିଂ ମଧ୍ୟ ମିଳୁଛି। ଗୋଟିଏ ମାସ ଭିତରେ ଯଦି ଆପଣ ୩,୩୦୦ ଜିବି ଡାଟା ଖର୍ଚ୍ଚ କରିଦେଲେ, ତେବେ ଆପଣଙ୍କୁ ୨Mbps ସ୍ପିଡ୍‌ରେ ଡାଟା ମିଳିବ। ଏହି ସ୍ପିଡ୍‌ରେ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ। ଅର୍ଥାତ୍ ମାସ ସାରା ଆପଣଙ୍କୁ ଏହି ସ୍ପିଡ୍‌ରେ ଡାଟା ମିଳିବ।ବିଏସ୍‌ଏନ୍‌ଏଲ୍ ବେସିକ୍ ପ୍ଲସ୍ ପ୍ଲାନ୍‌ରେ ସମସ୍ତ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ୨୪ ଘଣ୍ଟିଆ ଅସୀମିତ କଲିଂ ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଏହି ପ୍ଲାନ୍ ସହିତ କମ୍ପାନି ନିଜ ୪୪୯ ଟଙ୍କିଆ ପ୍ଲାନ୍‌ରେ ମଧ୍ୟ ପରିବର୍ତ୍ତନ କରିଛି। ୪୪୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ୩୦Mbps ସ୍ପିଡ୍‌ରେ ଡାଟା ମିଳିବ। ଏହି ପ୍ଲାନ୍ ପୂର୍ବରୁ ଅଳ୍ପ କେତୋଟି ରାଜ୍ୟରେ ଉପଲବ୍ଧ ହେଉଥିଲା। କିନ୍ତୁ ଏବେ କେବଳ ଆଣ୍ଡାମାନ ନିକୋବରକୁ ଛାଡ଼ି ବାକି ସବୁ ଜାଗାରେ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here