ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ମଙ୍ଗଳବାର ୩୦ ଜିଲ୍ଲାରୁ ୬୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୧ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୨୭୧ ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୨କୁ ବୃଦ୍ଧି ଘଟିଛି।

ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୩, ମୟୂରଭଞ୍ଜରୁ ୫୯, ସୁନ୍ଦରଗଡ଼ରୁ ୬୨, କଟକରୁ ୩୮, କେନ୍ଦୁଝରୁ ୩୭, ପୁରୀରୁ ୩୪, ଜଣ ଚିହ୍ନଟ ହୋଇଛନ୍ତି।

ଏଯାବତ ରାଜ୍ୟରେ ୨ ଲକ୍ଷ ୯୯ ହଜାର ୧୫୯ ଲୋକ ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ୍‌ କେସ୍‌ ୯ ୨୮୦ ରହିଛି। ଅନ୍ୟପଟେ ଆଜି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୬୦କୁ ବୃଦ୍ଧି ପାଇଛି।

Comment