ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ୍ ଭାରତରେ Nokia 2.4 ଲଞ୍ଚ୍ କରିବାକୁ ଯାଉଛି। ଏନେଇ କମ୍ପାନିର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟରେ ଏକ ଟିଜର୍ ଜାରି ହୋଇଛି। ଆସନ୍ତା ନଭେମ୍ବର ୨୬ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ୍ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର ଓ ଦାମ୍

ଏହି ସ୍ମାର୍ଟଫୋନ୍‌ରେ ୬.୫ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି, ଯାହାର ରିଜୋଲ୍ୟୁସନ୍ ରହିଛି ୭୨୦ x ୧୬୦୦ ପିକ୍ସେଲ। ଏହି ଫୋନ୍‌ର ସ୍କ୍ରିନ୍ ରେସିଓ ହେଉଛି ୨୦:୯। Nokia 2.4 ଆଣ୍ଡ୍ରଏଡ୍ ୧୦ ଆଧାରିତ ମିଡିଆଟେକ୍ ହିଲିଓ ପି୨୨ ପ୍ରୋସେସର ଦ୍ଵାରା ଚାଲିବ।ଏହି ଫୋନ୍‌ର ଦାମ୍‌କୁ ନେଇ କମ୍ପାନି ପକ୍ଷରୁ ଏଯାଏଁ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ୧୫,୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି।

ଷ୍ଟୋରେଜ୍

Nokia 2.4 ସ୍ମାର୍ଟଫୋନ୍‌ ଦୁଇଟି ମଡେଲରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଗୋଟିଏରେ ୨ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ ଥିବା ବେଳେ ଅନ୍ୟ ମଡେଲରେ ୩ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଦିଆଯିବ ବୋଲି ଜଣାପଡ଼ିଛି।କ୍ୟାମେରା

Nokia 2.4ରେ ଦୁଇଟି ରିୟର କ୍ୟାମେରା ରହିଛି। ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଓ ୨ ମେଗାପିକ୍ସେଲର ସେକେଣ୍ଡାରି କ୍ୟାମେରା ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏହି ଫୋନ୍‌ରେ ୫ ମେଗାପିକ୍ସେଲର କ୍ୟାମେରା ରହିଛି।

ବ୍ୟାଟେରି ଓ କନେକ୍ଟିଭିଟି

ଏହି ଫୋନ୍‌ରେ ୪,୫୦୦mAhର ବ୍ୟାଟେରି ଦିଆଯାଇଛି। କନେକ୍ଟିଭିଟି ପାଇଁ ଏଥିରେ ୩.୫ ଏମ୍‌ଏମ୍‌ର ଅଡିଓ ଜ୍ୟାକ୍ ଓ ଏଫ୍‌ଏମ୍ ରେଡିଓ ରହିଛି।

LEAVE A REPLY

Please enter your comment!
Please enter your name here