ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଆଉ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୨ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୬ଟି ଲୋକାଲ କେସ୍‌ ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୯୨୦କୁ ବୃଦ୍ଧି ଘଟିଛି।

ଅନୁଗୁଳରୁ ୪୧, ବାଲେଶ୍ୱରରୁ ୫୨, ବରଗଡ଼ରୁ ୨୬, ଭଦ୍ରକରୁ ୬ଜଣ, ବଲାଙ୍ଗିରରୁ ୩୬ ଜଣ, ବୌଦ୍ଧରୁ ୪ଜଣ, କଟକରୁ ୬୫ଜଣ, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୨୫, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୨୨, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୩୯, କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୧୦୨, କୋରାପୁଟରୁ ୧୫, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୪୬, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୫, ନୂଆପଡ଼ାରୁ ୩୩, ପୁରୀରୁ ୩୦, ରାୟଗଡ଼ାରୁ ୨୧ଜଣ, ସମ୍ବଲପୁରରୁ ୨୨, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୮୨, ଷ୍ଟେଟ ପୁଲ୍‌ରୁ ୨୦ ରହିଛନ୍ତି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୪୭୪ ଜଣ ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ୍‌ ୮ ହଜାର ୮୧୮ ରହିଛି।

ସେହିପରି ରାଜ୍ୟରେ ଆଜି ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୭୫କୁ ବୃଦ୍ଧି ଘଟିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ, ଗଜପତି, ସୁବର୍ଣ୍ଣପୁର, ସମ୍ବଲପୁରୁ ୨ ଲେଖାଏଁ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ମୟୂରଭଞ୍ଜ, ଖୋର୍ଦ୍ଧାରୁ ମଧ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comment