ଓଡ଼ିଶାଲାଇଭ୍ ବ୍ୟୁରୋ

delhi corona

ଦିଲ୍ଲୀରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ନିୟମ କଡ଼ାକଡ଼ି କଲେ କେଜରିଓ୍ୱାଲ ସରକାର।

ଦିଲ୍ଲୀର କରୋନା ମହାମାରୀ ପୁଣି ଭୟଙ୍କର ରୂପ ନେଉଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ପ୍ରାୟ ୬୦ ହଜାର ନୂଆ କରୋନା ମାମଲା ଆସିଛି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ମୃତ୍ୟୁସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବି ନୂଆ ରେକର୍ଡ କରିଛି। ତାଜା ତଥ୍ୟ ଅନୁଯାୟୀ ଗୋଟିଏ ଦିନରେ ଦିଲ୍ଲୀରେ ୧୩୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲା ବେଳେ ୭୪୮୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀର ମୋଟ ମାମଲା ୫ ଲକ୍ଷରୁ ଅଧିକରେ ପହଞ୍ଚିଛି।

ଦିଲ୍ଲୀରେ ଭାଙ୍ଗିଲା ସବୁ ରେକର୍ଡ

ଦିଲ୍ଲୀରେ ୨୪ ଘଣ୍ଟାରେ ୧୩୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସବୁ ରେକର୍ଡ ଭାଙ୍ଗିଛି। ଏହାପୂର୍ବରୁ ନଭେମ୍ବର ୧୨ରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ନଭେମ୍ବର ୯ରୁ ୧୮ ତାରିଖ ମଧ୍ୟରେ ୫୯, ୫୩୨ ମାମଲା ଆସିଛି। ସେହିପରି ୪ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀର କରୋନା ଚିତ୍ର

ସକ୍ରିୟ ମାମଲା – ୪୨, ୪୫୮
ମୋଟ ଆକ୍ରାନ୍ତ – ୫ ଲକ୍ଷ ୩୦ ହଜାର ୮୪
ମୋଟ ମୃତ୍ୟୁସଂଖ୍ୟା – ୭ ହଜାର ୯୪୩
ମୋଟ ସୁସ୍ଥ – ୪,୫୨,୬୮୩
ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ – ୪୪୪୪
ହୋମ ଆଇସୋଲୋସନରେ ଅଛନ୍ତି – ୨୪ ହଜାର ୨୮୨

ଅନ୍ୟପଟେ ଦିଲ୍ଲୀରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଏକ ବଡ ପଦକ୍ଷେପ ନେଇଛି। ବିଶେଷଜ୍ଞକୁ ନେଇ ୧୦ଟି ଟିମ୍ ଗଠନ କରିଛି। ଏହି ଟିମ୍ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବେ। ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ତଥ୍ୟର ସମୀକ୍ଷା କରିବେ। ଏହାକୁ ଲକ୍ଷ୍ୟ କରି ଦିଲ୍ଲୀରେ ମେଡିକାଲ୍ ସୁବିଧାକୁ ବଢ଼ାଇବାକୁ ଯୋଜନା କରାଯାଉଛି। ପ୍ରତି ହସ୍ପିଟାଲରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରିବା ସହିତ ଡାକ୍ତରଙ୍କ ଅଭାବ ଦୂର କରିବାକୁ ପ୍ରସ୍ତୁତି ଚାଲିଛି।

ଦିଲ୍ଲୀ ସରକାର ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି କରିଛନ୍ତି। ବିବାହ ଉତ୍ସବରେ ୨୦୦ ଅତିଥି ଯୋଗ ଦେଇପାରିବେ ବୋଲି ଦେଇଥିବା ଅନୁମତିକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ବିବାହ ସମାରୋହରେ ଏବେ କେବଳ ୫୦ ଜଣ ଅତିଥି ଯୋଗ ଦେଇପାରିବେ ବୋଲି କୁହାଯାଇଛି।

ସେହିପରି ଦିଲ୍ଲୀରେ ଲକ୍ଡାଉନ ନହେଲେ ବି ସଂକ୍ରମଣକୁ ରୋକବାକୁ କିଛିଟି ବଜାର ବନ୍ଦ କରିଦିଆଯାଇପାରେ ବୋଲି କୁହାଯାଉଛି।

Comment