ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ୨ଟି ପର୍ଯ୍ୟାୟରେ ହେବ। ବୈଠକରେ ମୋଦୀ କରୋନା ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

ଏଥିସହିତ ବର୍ତ୍ତମାନର ପରିସ୍ଥିତି ଓ କରୋନା ଟିକା ବିତରଣର ପରିଚାଳନା ବିଷୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ ସହ ଆଲୋଚନା କରାଯିବ।

ଆସନ୍ତା ଦୁଇ ମାସ ମଧ୍ୟରେ ସାଧାରଣ ଜନତା କିଭଳି ଟିକା ପାଇପାରିବେ ସେନେଇ ଏହି ବୈଠକରେ ଅଧିକ ଗୁରୁତ୍ୱ ଦିଆଯିବ।  କେନ୍ଦ୍ର ସରକାର ଟିକାର ସଂରକ୍ଷଣ, ପରିବହନ ଏବଂ ଟିକାକରଣ ପରିଚାଳନା ପାଇଁ କିପରି ପ୍ରସ୍ତୁତ ହୋଇଛନ୍ତି ଏବଂ ରାଜ୍ୟମାନେ କିପରି ସେମାନଙ୍କ ଏସ୍‌ଓପି ଅନୁସରଣ କରିବେ ସେନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନିକ ମୁଖ୍ୟମାନଙ୍କୁ ମଧ୍ୟ ଜଣାଇବେ।

LEAVE A REPLY

Please enter your comment!
Please enter your name here