ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ହାରିବା ପରେ ଟିମ୍ ଇଣ୍ଡିଆକୁ ପୁଣି ଲାଗିଛି ଝଟକା। ନିର୍ଦ୍ଧାରିତ ସମୟ ଭିତରେ ଗୋଟିଏ ଓଭର କମ୍ ବୋଲିଂ କରିଥିବାରୁ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଜରିମାନା ଭରିବାକୁ ପଡ଼ିଛି।

ଅଧିନାୟକ ବିରାଟ କୋହଲିଙ୍କ ସମେତ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍ ଫି’ର ୨୦ ପ୍ରତିଶତ କଟାଯାଇଛି। ମ୍ୟାଚ୍ ସରିବା ପରେ ରେଫରୀ ଡେଭିଡ୍ ବୁନ୍ ଏନେଇ ଆଇସିସିକୁ ସୂଚନା ଦେଇଥିଲେ। ଏହାପରେ ଆଇସିସି ପକ୍ଷରୁ ଖେଳାଳିଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି।ଆଇସିସି ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନିୟମ ମୁତାବକ ଖେଳାଳିଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି। ଅଧିନାୟକ କୋହଲି ଏହାକୁ ମାନିନେଇଥିବାରୁ ଏ ସମ୍ପର୍କରେ ଆଉ କୌଣସି ଶୁଣାଣି ହେବ ନାହିଁ ବୋଲି କୁହାଯାଇଛି।

ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ କିନ୍ତୁ ଏହି ମ୍ୟାଚରେ ହାରିଯାଇଥିଲା। ତେବେ ବୋଲିଂ ସମୟରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର କମ୍ ବୋଲିଂ କରିଥିଲା।

Comment