ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଭିତରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ। ଭାରତୀୟ ସମୟ ସକାଳ ୯ଟା ୧୦ ମିନିଟରେ ଏହି ମ୍ୟାଚ୍ ସିଡନୀରେ ଖେଳାଯିବ।

ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚକୁ ଟିମ୍ ଇଣ୍ଡିଆ ହାରିଯାଇଥିଲା। ତେଣୁ ଏହି ମ୍ୟାଚ୍ କୋହଲି ବାହିନୀ ପାଇଁ କର ବା ମର ହୋଇଯାଇଛି। ଏହି ମ୍ୟାଚରେ ବିଜୟୀ ହୋଇ ସିରିଜ୍ ଦଳ ସିରିଜ୍ ବରାବର କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି। ତେଣୁ ସୁପର ସଣ୍ଡେରେ ଦର୍ଶକମାନେ ଏକ ଜବରଦସ୍ତ ମ୍ୟାଚ୍ ଦେଖିବାକୁ ପାଇବେ ବୋଲି କୁହାଯାଉଛି।

ଏହି ମ୍ୟାଚରେ ଦୁଇଟି ଯାକ ଦଳ ନିଜ ପୁରୁଣା ଟିମ୍ ସହ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ଟିମରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନପାରେ।

Comment