ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟେଷ୍ଟିଂ ଦାମ କମାଇଲେ କେଜରିୱାଲ ସରକାର। ଏଣିକି ଘରୋଇ ହସ୍ପିଟାଲରେ କରୋନା ଆରଟି-ପିସିଆର ପରୀକ୍ଷା କଲେ ଲୋକଙ୍କୁ ୧୨ ଶହ ବଦଳରେ ୮ ଶହ ଟଙ୍କା ଦେବାକୁ ହେବ ବୋଲି ଘୋଷଣା କରାଯାଇଛି।

ଦିଲ୍ଲୀରେ ସରକାରଙ୍କ ତରଫରୁ କରୋନାର ମାଗଣା ଟେଷ୍ଟିଂ କରାଯାଉଛି; କିନ୍ତୁ କିଛି ଲୋକ ଏବେ ବି ଘରୋଇ ହସ୍ପିଟାଲରେ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଣିକି ଦିଲ୍ଲୀର ଘରୋଇ ହସ୍ପିଟାଲରେ ଲୋକମାନେ ୮ ଶହ ଟଙ୍କା ଦେଇ କରୋନା ଆରଟି-ପିସିଆର ଟେଷ୍ଟ କରାଇପାରିବେ।ଏହାପୂର୍ବରୁ ରାଜସ୍ଥାନର ଗେହଲଟ ସରକାର ମଧ୍ୟ ଘରୋଇ ହସ୍ପିଟାଲର କରୋନା ଟେଷ୍ଟିଂ ଦାମ କମାଇଛନ୍ତି। ପୂର୍ବରୁ ସେଠାରେ କରୋନା ଟେଷ୍ଟିଂ ପାଇଁ ୧୨ ଶହ ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଏବେ ସେଠାରେ ୮ ଶହ ଟଙ୍କା ଦେଇ ଲୋକମାନେ ଘରୋଇ ହସ୍ପିଟାଲରେ ଟେଷ୍ଟ କରାଇପାରିବେ ବୋଲି କୁହାଯାଇଛି।

ଅନ୍ୟପଟେ ଦିଲ୍ଲୀରେ କରୋନା ସଂକ୍ରମଣ ଗତ କିଛି ଦିନ ଧରି ବଢ଼ିବା ପରେ ଏବେ ସାମାନ୍ୟ କମୁଥିବା ନଜର ଆସିଛି। ଗତ ୨ ଦିନ ହେଲା ସେଠାରୁ ୫ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଯାହା ପ୍ରଶାସନର ଚିନ୍ତାକୁ କମ କରିଛି।

Comment