ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଏଥର ହେବନି ତୋଷାଳୀ ଏବଂ ଶିଶିର ସରସ ମେଳା। ଶୀତଦିନ ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଦର୍ଶନୀ କିମ୍ଵା ମେଳା ଆୟୋଜନ ଉପରେ ସରକାର କଟକଣା ଲଗାଇଛନ୍ତି। ସୋମବାର ସ୍ଵତନ୍ତ୍ର ରିଲିଫ୍ କମିସନର ଡିସେମ୍ଵର ଗାଇଡଲାଇନ ଜାରି କରି ଏବାବଦରେ ସୂଚନା ଦେଇଛନ୍ତି।ସ୍ଵତନ୍ତ୍ର କମିସନରଙ୍କ ଗାଇଡଲାଇନ ଅନୁସାରେ ଚଳିତବର୍ଷ ତୋଷାଳୀ ହସ୍ତତନ୍ତ ଏବଂ ଶିଶିର ସରସ ମେଳା ଆୟୋଜନ ଉପରେ ରୋକ ଲଗାଯାଇଛି। ଏହି ମେଳା ମହୋତ୍ସବ ଆଦି ଆୟୋଜନରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର ସମ୍ଭାବନା ରହିଥିବାରୁ ସରକାର ଏହାର ଆୟୋଜନ ଉପରେ କଟକଣା ଲଗାଇଛନ୍ତି।

ପ୍ରତିବର୍ଷ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଏବଂ ବ୍ୟବସାୟ ପାଇଁ ଭୁବନେଶ୍ଵରର ଜନତା ମଇଦାନରେ ତୋଷଳୀ ମେଳା ଆୟୋଜନ ହୋଇଥାଏ। ସେହିପରି ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳାର ଆୟୋଜନ ହୋଇଥାଏ।

Comment