ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୬୦.୦୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଏଥିରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସାମିଲ ରହିଥିଲା। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ତେବେ ସନ୍ଧ୍ୟା ୬ଟା ସୁଦ୍ଧା ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୬୮.୮୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ଵରରେ ସର୍ବନିମ୍ନ ୫୩.୫୪ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ସେହପରି କଟକ ଲୋକସଭା ଆସନରେ ୫୪.୩୬ ପ୍ରତିଶତ, ଢେଙ୍କାନାଳରେ ୬୦.୮୮ ପ୍ରତିଶତ, ପୁରୀରେ ୬୧.୧୭ ପ୍ରତିଶତ ଏବଂ କେନ୍ଦୁଝରରେ ୬୨.୪୩ ପ୍ରତିଶତ ମତଦାନ ହୋଇଛି।

ଅନ୍ୟପଟେ ବିଧାନସଭା ଆସନ ମଧ୍ୟରେ କୁଚିଣ୍ଡାରେ ସର୍ବାଧିକ ୭୯.୨୪ ପ୍ରତିଶତ ମତଦାନ ହୋଇଥିବାବେଳେ ବାରବାଟୀ-କଟକ ଆସନରେ ସର୍ବନିମ୍ନ ୪୨.୧୦ ପ୍ରତିଶତ ଭୋଟଗ୍ରହଣ ହୋଇଛି।

Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here