ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଆଇନରେ କେତେକ ପରିବର୍ତ୍ତନ ଆଣିବାକୁ ସରକାର କହିଥିଲେ ବି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଅଛନ୍ତି ଚାଷୀ। ଏପରିସ୍ଥଳରେ ସୋମବାର ଦିଲ୍ଲୀ-ହରିୟାଣା ସୀମା ସିଂଘୁରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ।

ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ଆନ୍ଦୋଳନ ସ୍ଥଳର ବ୍ୟବସ୍ଥା ପରଖି ଦେଖିଛନ୍ତି କେଜରିଓ୍ୱାଲ । ୮ ତାରିଖରେ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାକୁ  ବିଭନ୍ନ ରାଜନୈତିକ ଦଳ ସମର୍ଥନ କରିଥୁଲା ବେଳେ ଦିଲ୍ଲୀ ସରକାର ବି ଏହି ଆନ୍ଦୋଳନର ସମର୍ଥନ କରୁଥିବା ସେ ଘୋଷଣା କରିଛନ୍ତି।

‘‘କୃଷକଙ୍କ ପ୍ରସଙ୍ଗ ଓ ସେମାନଙ୍କ ଦାବି ବିଲକୁଲ ନ୍ୟାୟ ସଙ୍ଗତ। ଦିଲ୍ଲୀ ସରକାର କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି। ଆମ ପାର୍ଟି କୃଷକଙ୍କ ଭଲମନ୍ଦ ଲଗାତର ବୁଝୁଛି’’, କହିଛନ୍ତି କେଜରିଓ୍ୱାଲ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ,  ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ମଧ୍ୟ ଆନ୍ଦୋଳନସ୍ଥଳକୁ ଯାଇ ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥଲେ।

Comment