ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩୬୮ ଆକ୍ରାନ୍ତ, ୭ ମୃତ
- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪କୁ ବୃଦ୍ଧି
- କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୭୮କୁ ବୃଦ୍ଧି
ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୨୧୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ପୁଣି ୭ ଜଣ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୫ ଜଣ, ଅନୁଗୁଳରୁ ୩୦ ଜଣ, କଟକରୁ ୨୬ ଜଣ, ମୟୂରଭଞ୍ଜରୁ ୨୪ ଜଣ, କେନ୍ଦୁଝରରୁ ୨୨ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 6th December
New Positive Cases : 368
In quarantine: 212
Local contacts: 156(Details of local contacts will be shared by concerned District Administration)
District Wise Cases:
1. Angul: 30
2. Balasore: 16
3. Bargarh: 19
4. Bhadrak: 19
5. Balangir: 18— I & PR Department, Odisha (@IPR_Odisha) December 7, 2020
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୫,୮୪୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୮୯୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୭୮କୁ ବୃଦ୍ଧି ପାଇଛି।
23. Puri: 18
24. Rayagada: 2
25. Sambalpur: 11
26. Sundargarh: 45
27. State Pool: 10New recoveries: 570
Cumulative tested: 6180992
Positive: 321564
Recovered: 315840
Active cases: 3893— I & PR Department, Odisha (@IPR_Odisha) December 7, 2020













