ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ଭିତରେ ଆଜି ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଭାରତୀୟ ସମୟ ଦିନ ୧ଟା ୪୦ ମିନିଟରେ ଏହି ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଛି। ଏହାସତ୍ତ୍ୱେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ଜୋରଦାର କସରତ କରିବ ବୋଲି କୁହାଯାଉଛି।ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଗୋଟିଏ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇପାରେ। ଯେଉଁ ଖେଳାଳିମାନେ ସିରିଜରେ ଖେଳିବାକୁ ସୁଯୋଗ ପାଇନାହାନ୍ତି ସେମାନଙ୍କୁ ଦଳ ଏହି ମ୍ୟାଚରେ ପଡିଆକୁ ଓହ୍ଲାଇବ। ତା’ ସହ ସାମି ଓ ବୁମରାଙ୍କ ଭିତରୁ ଜଣେ ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ଖେଳାଇବ।

ଅନ୍ୟପଟେ କଙ୍ଗାରୁ ଦଳ ଏହି ମ୍ୟାଚ୍ ଜିତି ନିଜ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ। ଦିନିକିଆ ସିରିଜରେ ଯେପରି ଟିମ୍ ଇଣ୍ଡିଆ ଶେଷ ମ୍ୟାଚ୍ ଜିତିଲା ସେହିପରି ଅଷ୍ଟ୍ରେଲିଆ ମଧ୍ୟ ଶେଷ ଟି-୨୦ ଜିତିବାକୁ କସରତ କରିବ ବୋଲ କ୍ରିକେଟ୍ ବିଶେଷଜ୍ଞମାନେ କହିଛନ୍ତି।

Comment